ଶିକ୍ଷାର ବ୍ୟବସାୟୀ କରଣ ପାଇଁ କିଏ ଦାୟୀ?:ସରକାରୀ ଶିକ୍ଷାନୁଷ୍ଠାନ
ସାଉଥ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ଲେନସନ ମାଣ୍ଡେଲା ଶିକ୍ଷା ସମ୍ବଦରେ କହିଥିଲେ,"ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଆସ୍ତ୍ର, ଯାହାଦ୍ୱାରା ସମଗ୍ର ବିଶ୍ବକୁ ପରିବର୍ତ୍ତନ କରାଯାଇ ପାରିବ"।ତେଣୁକରି ପ୍ରତେକ ବ୍ୟକ୍ତିଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ଅଛି।ଯଦି ଆମେ ଦେଶ ସ୍ଵାଧୀନତା ହାସଲ କରିବା ପରଠାରୁ ଶିକ୍ଷା ବିଷୟରେ ଅନୁଧ୍ୟାନ କରିବା ତାହାଲେ ସ୍ବାଧୀନତା ସମୟ ପରଠାରୁ ଯେଉଁ ପରି ଭାବରେ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା ତା'ର ଉପଲବ୍ଧି ଆଜିପର୍ଯ୍ୟନ୍ତ ହୋଇ ପାରିଲା ନାହିଁ।୨୬ ଜାନୁଆରୀ ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣୟନ ହେବାପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ, ଶିକ୍ଷା ମାନବିକତାର ପ୍ରତୀକ ଏବଂ ସତ୍ୟ ସନ୍ଧାନର ମାର୍ଗ ଶିକ୍ଷା ଉଚିତ୍ ମାର୍ଗରେ ଗଲେ ରାଷ୍ଟ୍ର ଜାତି ଓ ନାଗରିକଙ୍କର ମଙ୍ଗଳ ହେବ।ଏଥିପାଇଁ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଘୋଷଣା କରାଯାଇଥିଲା ଏବଂ ଏହାକୁ କାର୍ଯ୍ୟକାରି କରାଯିବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା।ବିଶ୍ଵଦରବାରରେ କିପରି ଆମ ଦେଶର ଶିକ୍ଷାବ୍ୟବସ୍ଥା ଉର୍ଣ୍ଣତ ଧାରଣାର ହେବ ଏଥିପାଇଁ ଦେଶରେ ଗଢ଼ା ଯାଇଥିଲା ଆଇଆଇଟି, ଜେଏନୟୁ,କେନ୍ଦ୍ରୀୟ ବିଦ୍ୟାଳୟ,କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ,ନବୋଦୟ ବିଦ୍ୟାଳୟ ଇତ୍ୟାଦି।
୨୦୦୯ ଶିକ୍ଷା ଅଧିକାର ଆଇନି ଆସିବା ପରେ ଶିକ୍ଷାର ଉର୍ଣ୍ଣତି ଓ ଆଦାନ ପ୍ରଦାନ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା ଏବଂ ସରକାରୀ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ସମସ୍ତିଙ୍କର ପ୍ରାଥମିକ ପସନ୍ଦ କିପରି ହେବ ତା ଉପରେ ମଧ୍ୟ ଧ୍ୟାନ ଦିଆ ଯାଇଥିଲା।ଏହି ଆଇନିରେ ଦର୍ଶାଯାଇଥିଲା ଶିକ୍ଷା ର ମୌଳିକ ଅଧିକାର
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯
୮୬ତମ ସମ୍ବିଧାନ ସଶୋଧନ, ଅଧିନିୟମ ୨୦୦୨ରେ ସ୍ଥାନିତ ଅନୁଚ୍ଛେଦ ୨୧-କ, ଭାରତୀୟ ସମ୍ବିଧାନ ବ୍ୟବସ୍ଥା କରେ ଯେ/
୬ ରୁ ୧୪ ବର୍ଷର ବୟସର ପ୍ରତ୍ୟେକ ଶିଶୁର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିକଟବର୍ତ୍ତୀ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବା ଅଧିକାର ରହିବା
ଯେଉଁଠାରେ ଜଣେ ଛଅ ବର୍ଷରୁ ଊର୍ଦ୍ଧ ବୟସର ଶିଶୁ କୌଣସି ବିଦ୍ୟାଳୟରେ ନାମ ଲେଖାଇନାହିଁ କିମ୍ବା ଯଦି ବିଦ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷା ସମାପ୍ତ କରିପାରିଲା ନାହିଁ ତାହା ହେଲା ସେ ତାହାର ବୟସ ଉପଯୋଗୀ ଗୋଟିଏ ଶ୍ରେଣୀରେ ନାମ ଲେଖାଇପାରିବ ।
ଯେଉଁଠାରେ ଗୋଟିଏଆ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବାର ବ୍ୟବସ୍ଥା ନାହିଁ ସେଠାରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପାଇଁ ଧାରା ୨ର ଖଣ୍ଡ (n ) ର ଉପଖଣ୍ଡ(iii) ଏବଂ (iv) ରେ ସ୍ବତନ୍ତ୍ର ଭାବେ କୁହାଯାଇଥିବା ବିଦ୍ୟାଳୟକୁ ଛାଡି ଅନ୍ୟ ଯେ କୌଣସି ବିଦ୍ୟାଳୟକୁ ଯିବାର ଅଧିକାର ରହିବ।
କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି ଶିଶୁର ନାମଲେଖା ସମୟରେ କୌଣସି ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରିପାରିବେ ନାହିଁ ଏବଂ ଶିଶୁ କିମ୍ବା ତାର ପିତାମାତା ବା ଅଭିଭାବକଙ୍କୁ କୌଣସି ଚୟନ ପ୍ରକ୍ରିୟା ଦେଇ ଯିବାକୁ ହେବ ନାହିଁ ।
ବୟସ ପ୍ରମାଣପତ୍ର ଅଭାବରୁ କୌଣସି ଶିଶୁକୁ ବିଦ୍ୟାଳୟରେ ନାମଲେଖା ନିମନ୍ତେ ମନା କରାଯିବ ନାହିଁ ।
ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ନାମ ଲେଖାଇଥିବା କୌଣସି ଶିଶୁ କୌଣସି ଶ୍ରେଣୀରେ ଅଟକି ଯିବ ନାହିଁ ।
କୌଣସି ଶିଶୁକୁ ଶାରୀରିକ ଦଣ୍ଡ ବା ମାନସିକ ନିର୍ଯ୍ୟାତନା ଦିଆଯିବ ନାହିଁ ।
ଧାରା ୨ ଖଣ୍ଡ ଅନ୍ତର୍ଗତ ଉପଖଣ୍ଡ (iv) ରେ ନିର୍ଦ୍ଧାରିତ ହୋଇଥିବା ବିଦ୍ୟାଳୟଗୁଡ଼ିକ ବ୍ୟତୀତ ଅନ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ନିର୍ବାଚିତ ପ୍ରତିନିଧି, ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ପିତାମାତା, ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଗୋଟିଏ ପରିଚାଳନା କମିଟି ଗଠିତ ହେବ ।
କିନ୍ତୁ ଦ୍ୱୈତ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଘରୋଇ ବିଦ୍ୟାଳୟ ଗୁଡ଼ିକର ମାତ୍ରାଧିକ ବୃଦ୍ଧି ଓ ସରକାରି ବିଦ୍ୟାଳୟର ନିମ୍ନ ମାନର ଶିକ୍ଷା ପ୍ରଦାନ ଯାହା ଅଭିଭାବକ ମାନଙ୍କ ମଧ୍ୟରେ ନୌରାଶ୍ୟ ଚିନ୍ତାଜନକ!!ବିଶେଷ କରି ଦେଶର ଯଦି ସରକାରୀ ସ୍ତରୀୟ ପାଠ୍ୟକ୍ରମ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିବା ଗୋଟିଏ ବିଷୟ ସାମ୍ନାକୁ ଆସିବ ଯେ ଏବେ ଦେଶରେ ବହୁମାତ୍ରାରେ ସରକାରୀ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ମୁହଁ ଫେରାଉଛନ୍ତି ଏବଂ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଳୟକୁ ଗୁତୁତ୍ୱ ଦେଉଛନ୍ତି।ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ବ୍ୟୟ ବହୁଳ ଅର୍ଥ ବା ଉଚ ଶୁକ୍ଳ ଯୋଗୁଁ କେବଳ ଧନୀ (ଉଚ-ବର୍ଗ) ଘରର ଛାତ୍ରଛାତ୍ରୀ ପଢ଼ିବେ ଏବଂ ନଥିବା ଘରର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଠାରେ ବିକଳ୍ପ ନାହିଁ।ବେସରକାରୀ ସ୍ତରୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉର୍ଣ୍ଣତ ମାନର ଶିକ୍ଷା ପାଠ୍ୟକ୍ରମ ଖସଡ଼ା ଯୋଗୁଁ ସେଠାରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ମାନେ ସୃଦୃଢ଼ ଯାହା ସରକାରୀ ସ୍ତରିୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତୁଳନାରେ ଯଥେଷ୍ଟ ଆଗରେ।
ସାଧାରଣ ଭାବେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ପରିବେଶ, ଶିକ୍ଷା ପ୍ରଦାନ ପ୍ରଣାଳୀ, ଶିକ୍ଷା ପାଠ୍ୟକ୍ରମ ବିଷୟ ବସ୍ତୁ(ସିବିଏସଇ/ଆଇସିଇ/ଆଇସିଏସଇ),ଶିକ୍ଷା ସମ୍ବାଦିତ ଆବସକୀୟ ସରଞ୍ଜାମ ଆଦି ବିଶେଷ ଭାବରେ ଥିବା ବଳେ ସରକାରୀ ବିଦ୍ୟାଳୟରେ ଏସବୁର ଅଭାବ ଅନେକାଂଶରେ ଥାଏ ଯାହା ଫଳରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉର୍ଣ୍ଣତ ଶିକ୍ଷାରୁ ବଞ୍ଚିତ ହୁଅନ୍ତି।ଏଥିପାଇଁ ଧନୀକ ତଥା ମଧ୍ୟମ ବର୍ଗର ଅଭିଭାବକ ମାନେ ନିଜର ପିଲାମାନଙ୍କୁ ସରକାର ବିଦ୍ୟାଳୟକୁ ନପଠାଇ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପଠାନ୍ତି ଏବଂ ଏଥିଯୋଗୁଁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ସଂଖ୍ୟା ହ୍ରାସ ହେଉଛି।ଯାହା ସରକାରଙ୍କ ଶିକ୍ଷାନୀତିକୁ ହେୟ ମନେ କରୁଛି।ଯଦି ଆମେ ଏଠାରେ ଶିକ୍ଷା ସମ୍ବଦିଅ ବିଷୟ ଉପରେ ଆଲୋଚନା କରିବାତ ଗୋଟିଏ ବିଷୟରେ ଉପନିଷେଦ ହେବା ଆମ ଦେଶରେ ଶିକ୍ଷାର ବ୍ୟବସାୟ ବହୁମାତ୍ରାରେ ଚାଲୁଛି।
ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା କଥାତ ନକହିଲେ ଭଲ ହେବ କାରଣ ଏବେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସ୍ଥିତି ଦୟନୀୟ ଅବସ୍ଥାରେ ପହଞ୍ଚିଛି।ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଶାଇ ମୋଟ ୭,୭୭୨ଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସ୍କୁଲରେ ପିଲାମାନଙ୍କ ସଂଖ୍ୟା ଯଥେଷ୍ଟ କମ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ।୧୧୫ଟି ବିଦ୍ୟାଳୟର ନିଜସ୍ଵ ଶ୍ରେଣୀଗୃହ ନାହିଁ,୩୧୫ ଟି ବିଦ୍ୟାଳୟରେ ପିଲାସଂଖ୍ୟା ୧୦ରୁ କମ୍,୧୮୪୧ ବିଦ୍ୟାଳୟ ବନ୍ଦ କରାଯାଇଥିଲା(୧୯/୨/୨୦ ବିଧାନସଭା ତଥ୍ୟ)।ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ମାଦ୍ରାସ ଓ ସଂସ୍କୃତ ଟୋଲ ଗୁଡ଼ିକୁ ବନ୍ଦ, ମିଶ୍ରଣ,ପୂନର୍ଗଠନ କରିବାକୁ ରାଜ୍ୟସରକାର ଉଦ୍ୟମ ଆରମ୍ଭ କରିଛନ୍ତି।ପିଲାସଂଖ୍ୟା, ପରୀକ୍ଷାଫଳ,ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନ ଭୁକ୍ତ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ଓ ନିର୍ଦ୍ଧେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠା ଜାଇଛି।ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ରାଜ୍ୟରେ ପ୍ରାୟ ୧୩୫୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୩୬୯୫ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଅର୍ଥାତ୍ ମୋଟ ୫୦୪୫ ବିଦ୍ୟାଳୟ କ୍ଷତିଗ୍ରସ୍ତ ହେବ।ହଜାରରୁ ଅଧିକ ହାଇସ୍କୁଲ ବନ୍ଦ ହେବାର ସମ୍ଭାବନା ରହିଛି।ଏହା ବ୍ୟତୀତ ଅନ୍ୟଏକ ବଡ଼ ସମସ୍ୟା ରହୁଛି ଶିକ୍ଷକଙ୍କର ଅଭାବ ଓ ଅସ୍ଥାୟି ନିଯୁକ୍ତି।ଗତ କିଛି ଦିନ ତଳର ବିଜ୍ଞାନ ଶିକ୍ଷକଙ୍କର ଅଭାବୀ ବା ଶୂନ୍ୟସ୍ଥାନକୁ ନେଇ ସରକାର ତଥ୍ୟ ଦେଇଛନ୍ତି ରାଜ୍ୟରେ ୪୭୮୩ ମଞ୍ଜୁରୀପ୍ରାପ୍ତ ବିଜ୍ଞାନ ଶିକ୍ଷକ ପଦବୀରୁ ୩୧୦୯ ଜଣ ଅଛନ୍ତି ୧୬୭୪ ଖାଲି ପଡ଼ିଛି ଏବଂ ଅନ୍ୟ ବିଭାଗରେ ମଧ୍ୟ ସ୍ଥିତି ସମବସ୍ଥା।
ଏହି ତଥ୍ୟରୁ ଯାହା ଅନୁମାନ କରି ହେଉଛି ସରକାରଙ୍କ ଶିକ୍ଷା ପ୍ରଦାନ କରିବା ପାଇଁ ଆନ୍ତରିକତା ମନୋଭାବ ନାହିଁ।ନିଜର ନୈତିକତା କର୍ତ୍ତବ୍ୟର ପ୍ରାଥମିକତା ଦେଉନାହାନ୍ତି ଗୋଟେ ପକ୍ଷରେ ଶିକ୍ଷାର ମନ୍ଦିର ବନ୍ଦ କରିବା ପରେ ଅନ୍ୟପଟେ ଶିକ୍ଷାର ବ୍ୟବସାୟ କରଣ କରିବା ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେଉଛନ୍ତି।ବେସରକାରୀ ଶିକ୍ଷାନୁଷ୍ଠାନ ବହୁମାତ୍ରାରେ ଖୋଲିବା ପରେ ଶିକ୍ଷାର ମୂଲ୍ୟ ଭାଗ ଭାଗ ହେଇ ଯାଉଛି ଏବଂ ଉକୃଷ୍ଠ ଓ ନିକୃଷ୍ଠ ଶିକ୍ଷାର ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏହି ଭଳି ଭାବରେ ଶିକ୍ଷାନୀତିକୁ ଦେଶରେ ପରିଚାଳନା କରାଯାଉଛି।ଯାହା ସାଧାରଣତଃ ଜନବିରୋଧୀ।ଯଦି ବିକସିତ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଉପରେ ନଜର ଅନ୍ଦାଜ କରିବା ତାହାଲେ ଜାଣିଯିବା ସେ ଦେଶରେ ସରକାର କେଉଁ ଭଳି ଭାବରେ ଏକକ ଶିକ୍ଷା ପଦ୍ଧତିର ଅବଲମ୍ବନ କରୁଛନ୍ତି।ଏହା ଦ୍ୱାରା ଶିକ୍ଷାର ଭେଦଭାବ ଦୃଷ୍ଟି ଗୋଚର ହେଉନାହିଁ ଧନୀ ଓ ଗରିବ ପିଲାମାନେ ଗୋଟିଏ ଛାତ ତଳେ ସମାନ ବିଷୟ ବସ୍ତୁର ପାଠ୍ୟକ୍ରମକୁ ଗ୍ରହଣ କରୁଛନ୍ତି ଯାହା ଆମ ପାଇଁ ଉଦାହରଣ।
ଆମ ଦେଶରେ ସରକାର ଶିକ୍ଷାର ଦାଇତ୍ୱ ବିଷୟରେ ନକହି,ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛନ୍ତି, ଉକୃଷ୍ଠ ଶିକ୍ଷା ପ୍ରଦାନ କରୁଛନ୍ତି, ଶିକ୍ଷିତଙ୍କର ସଂଖ୍ୟା ବଢ଼ୁଛି ଏପରି ବାହାସ୍ପଟ ମାରି କହୁଛନ୍ତି ଦେଶ ପ୍ରଗତି ପଥରେ ଆଗଉଛି।ଏଇ କିଛି ଦିନ ତଳେ ଆଲ୍ହାବାଦ ଉଚ୍ଚ ନ୍ୟାୟାଳୟ ସରକାରୀ ସ୍ତରୀୟ ଶିକ୍ଷାକୁ ଅନୁଧ୍ୟାନ କରି କ୍ଷୋଭର ସହିତ କହିଥିଲେ ଏଣିକି ମନ୍ତ୍ରୀ,ତନ୍ତ୍ରୀ,ଯନ୍ତ୍ରୀ,ଅଫିସର, ଓ ଜନପ୍ରତିନିଧି ମାନଙ୍କ ପିଲାମାନେ ସବୁ ସରକାର ଶିକ୍ଷାନୁଷ୍ଠାନ ରେ ବାଧ୍ୟତାମୂଳକ ଭାବେ ପଢ଼ିବେ କାରଣ ଶିକ୍ଷାକୁ ଘରୋଇ କରଣ କରି ସରକାରୀ ଶିକ୍ଷାର ମାନକୁ ଦୃଣାତ୍ମକ କରି ଦେଶରେ ଯେଉଁ ଶିକ୍ଷାବ୍ୟବସ୍ଥା ରେ ଭେଦ ଭାବ ରଖାଯାଇଛି ଏଥିରେ କେବଳ ଶିକ୍ଷାର ଅବନତି ଘଟୁନି ଏହା ହେବା ଦ୍ୱାରା ଦେଶର ବିକାଶ ବହୁମାତ୍ରାରେ ପଛେଇ ଯାଉଛି,ଦେଶର ଗରିବ,ଦଳିତ, ସଂଖ୍ୟାଲଘୁ,ଖଟିଖିଆ,ଦିନ ମଜୁରିଆ ମାନଙ୍କ ପ୍ରଗତି ହେଇ ପାରୁନି,ତାଙ୍କ ଛୁଆ ମାନେ ସବୁ ଅଶିକ୍ଷିତ ହେଉଛନ୍ତି।
ଏଥିପାଇଁ ସରକାରୀ ସ୍ତରରେ ପଦକ୍ଷପ ଗ୍ରହଣ କରାଯାଇ "ଶିକ୍ଷାର ଘରୋଇ କରଣ" ବନ୍ଧ କରାଯାଉ ଏବଂ ନେତା,ମନ୍ତ୍ରୀ,ଯନ୍ତ୍ରୀ,ସରକାରୀ ଆଫିସର,ବଡ଼ ବଡ଼ିଆଙ୍କ ପିଲାଛୁଆ ମାନେ ସବୁ ସରକାରୀ ସ୍କୁଲରେ ପଢ଼ନ୍ତୁ।
ONE EDUCATION ONE SYLABUSS।ସିଷ୍ଟମ ହେଉ ଏବଂ ଦେଶର ସରକାରୀ ସ୍ତରୀୟ ଶିକ୍ଷାର ମାନକୁ ପ୍ରାଧ୍ୟାନ୍ୟ ଦିଆ ଯାଉ।ଏଥିପ୍ରତି ଉଭୟ ସରକାର ଓ ଜନସାଧାରଣ ଦାଇତ୍ୱ ବୋଧ ନିର୍ବାହ କରନ୍ତୁ।ଶିକ୍ଷାର ଗୌରୀକରଣ ବା ବ୍ୟବସାୟୀ କରଣ ନିୟନ୍ତ୍ରଣ ହେଉ।କାରଣ ଶିକ୍ଷାର ବ୍ୟବସାୟୀ କରଣ ହିଁ ସରକାରୀ ସ୍ତରୀୟ ଶିକ୍ଷା(ସର୍ବ ଶିକ୍ଷା ଅଭିଯାନ)କୁ ଦୁର୍ବଳ କରୁଛି ଏଥିପାଇଁ ସରକାର ସମେତ ଜନସାଧାରଣ ଦାଇ।
ସୁଶୀଲ୍ କୁମାର ଭୋଇ,ଭୁବନେଶ୍ୱର-୨
Comments
Post a Comment