Posts

Showing posts from October, 2020

Sushil Kumar Bhoi.

Image
ଥୋମାସ୍‌ ଏଡିସନ୍‌ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସୁଦ୍ଧା ନ ପାଇ ମହାନ୍ ଉଦ୍ଭାବକ ହୋଇପାରିଥିବା ବିସ୍ମୟଜନକ ପ୍ରତିଭାଧାରୀଙ୍କ ମଧ୍ୟରେ ଥୋମାସ୍ ଆଲ୍‌ଭା ଏଡିସନ୍ ଅନ୍ୟତମ। ତାଙ୍କ ନାମରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୯୩ଟି ପେଟେଣ୍ଟ୍ ରହିଛି। ଇଲେକ୍ଟ୍ରିକ୍ ବଲ୍‌ବ, ଫୋନୋଗ୍ରାଫ୍, ମୋସନ୍ ପିକ୍‌ଚର୍‌ କ୍ୟାମେରା ଆଦି ତାଙ୍କ ଦ୍ବାରା ବିକଶିତ ହୋଇଥିଲା। ତାଙ୍କୁ ‘ଶିଳ୍ପ ଗବେଷଣା ପରୀକ୍ଷାଗାରର ଜନକ’ କହାଯାଏ। କାରଣ ତାଙ୍କ ପୂର୍ବରୁ ଅନ୍ୟ କେହି ଶିଳ୍ପର ବିକାଶ ପାଇଁ ଗବେଷଣାଗାର ପ୍ରତିଷ୍ଠା କରି ନ ଥିଲେ। ଏଡିସନ୍‌ଙ୍କ ପୂର୍ବଜ ଡଚ୍ ଥିଲେ। ତାଙ୍କ ପିତା କାନାଡାରେ ରହୁଥିଲେ। ମ୍ୟାକେନ୍‌ଜି ବିପ୍ଳବରେ ଅ˚ଶଗ୍ରହଣ କରି ସେ ଦେଶତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ଏବ˚ ଆମେରିକା ଆସି ବିବାହ ଓ ଘର-ସ˚ସାର କରିଥିଲେ। ଏଡିସନ୍ ଶୈଶବରେ ରେଳରେ ବୁଲି ଚକ୍‌ଲେଟ୍, ଫଳ-ମୂଳ ଓ ଖବରକାଗଜ ବିକୁଥିଲେ। ସେ ଗ୍ରାଣ୍ତ୍ ଟ୍ରଙ୍କ୍ ରେଲ୍‌ରୋଡ୍‌ରେ ଚଳାଚଳ କରୁଥିବା ଏକ ରେଳ ଡବାରେ, ଛାପାକଳ ସ୍ଥାପନ କରି ନିଜର ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ। ସେତେ ବେଳେ ତାଙ୍କ ବୟସ ମାତ୍ର ପନ୍ଦର। ଚାରି ଜଣ ସହଯୋଗୀଙ୍କ ସହ ସେ ନିଜେ ଖବର ସ˚ଗ୍ରହ କରୁଥିଲେ; ସ˚ପାଦନା, ମୁଦ୍ରଣ, ବିତରଣ ଦାୟିତ୍ବ ମଧ୍ୟ ତୁଲାଉଥିଲେ। ରେଳରେ ଖବରକାଗଜ ବିକିବା ପାଇଁ କେବଳ ତାଙ୍କୁ ଅନୁମତି ମିଳିଥିଲା। ରେଳ ଡବାରେ ସେ ନାନା ପରୀକ୍ଷା-ନିରୀକ୍ଷା କରୁଥିଲେ

---:‘ଭାରତ ରତ୍ନ’ ଏପିଜେ ଅବ୍ଦୁଲ କଲାମ':----

Image
ଭାରତର ଏକାଦଶତମ ରାଷ୍ଟ୍ରପତି ‘ଭାରତ ରତ୍ନ’ ଡକ୍ଟର ଅବ୍ଦୁଲ କଲାମ(ଜନ୍ମ: ୧୫ ଅକ୍‌ଟୋବର୍‌ ୧୯୩୧; ମୃତ୍ୟୁ: ୨୭ ଜୁଲାଇ ୨୦୧୫)ଙ୍କ ପୂରା ନାମ ଅବୁଲ ପାକିର ଜୈନୁଲଅବଦୀନ ଅବ୍ଦୁଲ କଲାମ ମସଊଦୀ। ତମିଳ ନାଡ଼ୁର ରାମେଶ୍ବରମ ଅନ୍ତର୍ଗତ ଧନୁଷକୋଡ଼ୀରେ ଏକ ସାଧାରଣ ମୁସଲମାନ ପରିବାରରେ ଜନ୍ମିତ କଲାମଙ୍କ ପିତା ଜୈନୁଲଅବଦୀନ ନା ଅଧିକ ପଢ଼ିଥିଲେ ନା ପଇସାବାଲା ଥିଲେ। ସେ ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା ଭଡ଼ା ଦେବା ବ୍ୟବସାୟ କରୁଥିଲେ। କଲାମ ସ୍କୁଲ୍‌ରେ ପଢ଼ୁଥିବା ବେଳେ ଖବରକାଗଜ ବିତରଣ ସହ ନାନା ଛୋଟ-ମୋଟ କାମ ଦ୍ବାରା ପରିବାରର ଆର୍ଥିକ ଅବସ୍ଥା ସୁଧାରିବାରେ ପିତାଙ୍କୁ ସାହାଯ୍ୟ କରୁଥିଲେ। ଗଣିତ ଓ ବିଜ୍ଞାନ ତାଙ୍କର ପ୍ରିୟ ଥିଲା। ମାଡ୍ରାସ୍‌ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେ ଏରୋସ୍ପେସ୍‌ ଇ˚ଜିନିଅରି˚ ପଢ଼ିଥିଲେ। ରାଷ୍ଟ୍ରପତି ପଦରେ ବସିବା ପୂର୍ବରୁ କଲାମ ଜଣେ ଏରୋସ୍ପେସ୍‌ ଇ˚ଜିନିଅର‌୍‌ ଭାବେ ‘ଡିଆର‌୍‌ଡିଓ’ ଏବଂ ‘ଇସ୍ରୋ’ରେ କାମ କରିଥିଲେ।  ତାଙ୍କୁ ‘ଭାରତର କ୍ଷେପଣାସ୍ତ୍ର ମଣିଷ’ କହାଯାଏ। ସେ ‘ଅଗ୍ନି’, ‘ପୃଥିବୀ’ ଓ ‘ଆକାଶ’ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ରୂପଦେଇଥିବା, ବିକଶିତ କରିଥିବା ବହୁଳ ଭାବେ ଗ୍ରହଣ କରାଯାଇଥିଲେ ହେଁ ବାସ୍ତବତା ଭିନ୍ନ। ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଏକ ବିଜ୍ଞାନୀ ଦଳ ବିକଶିତ କରାଇଥିଲେ, ଯାହାର ମୁଖ୍ୟ ଥିଲେ କଲାମ। ଡକ୍‌ଟର‌୍

ଭୈରବ ଜେନାଙ୍କ

ଧର୍ମପଦ ଓ ଜାତୀୟତା  ******* ଧର୍ମପଦ ର କାହାଣୀ ଏକ କିଂବଦନ୍ତୀ ବା ଜନଶ୍ରୁତି।ଏ କାହାଣୀକୁ ଉପଜୀବ୍ୟ କରି କେତେ କାବ୍ୟକବିତା ନାଟକ ଆଦି ରଚନା କରାଯାଇଛି ।ଉଦ୍ଦେଶ୍ୟ ହେଉଛି ଓଡ଼ିଆ ପ୍ରାଣରେ ଜାତୀୟତାର ଭାବଧାରା ଖେଳାଇବା । ଉକ୍ତ କିଂବଦନ୍ତୀ ଓଡ଼ିଆ ଜାତୀୟ ଜୀବନର ପ୍ରାଣ ପ୍ରବାହରେ ସତରେ  ଆଲୋଡନ ସୃଷ୍ଟି କରିବ ନା ଓଡ଼ିଆ ଜାତିର ଅବିମୃଶ୍ୟକାରିତାର ପ୍ରମାଣ ବହନ କରିବ ତାହା ଏଠାରେ ଆଲୋଚନାର ବିଷୟ ।                ପ୍ରଥମେ କିଂବଦନ୍ତୀର ସତ୍ୟତା ଉପରେ ଆଲୋଚନା କରାଯାଉ ।ମୂଳ କଥା ହେଲା କିଂବଦନ୍ତୀ ଯେହେତୁ ଏକ ଜନ ଶ୍ରୁତି ,ତେଣୁ ଏହାର ସତ୍ୟତା ଖୋଜିବା ନିରର୍ଥକ ,କିନ୍ତୁ ଅଧିକାଂଶ ଭୁତ ପ୍ରେମୀ ଓଡ଼ିଆ ଉକ୍ତ କାହାଣୀକୁ ଆଖି ବୁଜି ବିଶ୍ୱାସ କରିବାରେ ଲାଗିଛନ୍ତି ।                  ବାର ଶହ ଶିଳ୍ପୀ (ମୂଳ କାହାଣୀରେ ବଢ଼େଇ ବୋଲି କୁହାଯାଇଛି ;ଯାହା ତ୍ରୁଟି ପୁର୍ଣ । ) ଯେଉଁ କାମକୁ ପାରିଲେ ନାହିଁ ମାତ୍ର ଅନଭିଜ୍ଞ ବାର ବର୍ଷର ପିଲାଟି ତାହା କରି ପାରିଲା ।ଏହା  ଏକ ଚମତ୍କାରିତା ଛଡା ଆଉ କ'ଣ ହେଇପାରେ ।                    ଶିବେଇ ସାଆନ୍ତରା କାହାଣୀରୁ ପ୍ରଥମେ କଥା ଆରମ୍ଭ କରାଯାଉ ।           ସମୁଦ୍ର ପୋତି ବିଶାଳ ମନ୍ଦିର ତିଆରି ହେବ ।ମନ୍ତ୍ରୀ ଶିବେଇ ସାଆନ୍ତରା ମୁଣ୍ଡରେ ବୁଦ୍ଧି ନ ଥିଲା ।ଯେତେ ପଥର ମାଟି ସମୁଦ୍ରରେ ପକେଇଲେ ସବୁ ସମୁଦ୍ର ତରଙ୍ଗ ଧୋଇ ନେଲା ।ଥରେ ଚିନ୍ତାକୁଳିତ ଅବସ୍ଥାରେ ବୁ

Sushil Kumar Bhoi:-(1) writing

Image
~~: ବର୍ଷାଭିଜା ରାତିରେ :~~ "ଝିପ୍ ଝିପ୍ ଅଦିନିଆ ବର୍ଷା ରାତିରେ ଭିଜି ଭିଜି ଗଲା ମୋ ଦେହ ବର୍ଷାରେ ଘଡ଼ଘଡ଼ି ଶବ୍ଦରେ ଥରିଗଲା ମୋ' ଦେହ ବିଜୁଳି ଆଲୁଏ ଦିଶିଲା ତୋ' ମୁହଁ  ।।                           ଭିଜା ଭିଜା ଦେହେ ଖେଳିଲା ସିଂହରଣ ଅଟକି ଗଲାକି ସତେ ହୃଦୟ ସ୍ପନ୍ଦନ  ଦେହେ ଥିବା ରକ୍ତ-ବିନ୍ଦୁ,ଶିରା-ପ୍ରସିରା, ଧମନୀ ଚଳନ, ଓଦା ଦେହେଭିଜା ନିର୍ଝରା ।। ନିର୍ଜନ ରାସ୍ତାରେ, ମନ ଖୋଜେ ସାହାରା ଖୋଜି ହେଉଥାଏ ମନ ନାହିଁ ଆସରା ଝୁରିହେଲା ସିନା ଏ ମନ ପ୍ରାଣ ହେଲେ ପାଖେ ନଥାଇ ଦେଲୁ କଷଣ  ।। ସତେକି ଲାଗିଲା ତୁ'ଗୋଟେ ମାୟାବିନୀ ଏକା ଏକା  ତୋ' ବିନା ବିତିଲା ରଜନୀ  କ୍ଷଣଟେ ନଥିଲେ ମୋ' ପାଖେ ସଜନୀ ଏ'ଜୀବନ ଲାଗେ ଅଧୁରା, ଆଖି ତରଙ୍ଗିଣି ।।  ଝୁରେ ଖାଲି ତତେ ମୋ ମନ, ପ୍ରାଣ, ଜୀବନ  ତୁ' ନଥିଲେ ପାଖେ ଜୀବନ ଲାଗେ ବିଷମ  ଫେରିଗଲା ବର୍ଷା ଦେହେ ଲଗାଇ କମ୍ପନ  କମ୍ପନେ ଥରି ଖୋଜିଲା ଦେହ ତୋ' ମିଳନ ।। ହେଲେ ତୁ' ନଥିଲୁ ମୋ' ପାଖେ, ଥିଲୁ ମନରେ ଝିପ୍ ଝିପ୍ ଅଦିନିଆ ସେଇ  ବରଷା ରାତିରେ  ।।         ~~~~~~~¤~~~~~~~ ✍ ସୁଶୀଲ୍ କୁମାର ଭୋଇ    (ସାମାଜିକ କର୍ମୀ)    ବରକୁଦା, ପାଞ୍ଚଗାଁ, ଜଟଣୀ, ଖୋର୍ଦ୍ଧା         (୭୫୨୦୫୦) sushilkumarbhoi