Sushil Kumar Bhoi.

ଥୋମାସ୍‌ ଏଡିସନ୍‌

ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସୁଦ୍ଧା ନ ପାଇ ମହାନ୍ ଉଦ୍ଭାବକ ହୋଇପାରିଥିବା ବିସ୍ମୟଜନକ ପ୍ରତିଭାଧାରୀଙ୍କ ମଧ୍ୟରେ ଥୋମାସ୍ ଆଲ୍‌ଭା ଏଡିସନ୍ ଅନ୍ୟତମ। ତାଙ୍କ ନାମରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୯୩ଟି ପେଟେଣ୍ଟ୍ ରହିଛି। ଇଲେକ୍ଟ୍ରିକ୍ ବଲ୍‌ବ, ଫୋନୋଗ୍ରାଫ୍, ମୋସନ୍ ପିକ୍‌ଚର୍‌ କ୍ୟାମେରା ଆଦି ତାଙ୍କ ଦ୍ବାରା ବିକଶିତ ହୋଇଥିଲା। ତାଙ୍କୁ ‘ଶିଳ୍ପ ଗବେଷଣା ପରୀକ୍ଷାଗାରର ଜନକ’ କହାଯାଏ। କାରଣ ତାଙ୍କ ପୂର୍ବରୁ ଅନ୍ୟ କେହି ଶିଳ୍ପର ବିକାଶ ପାଇଁ ଗବେଷଣାଗାର ପ୍ରତିଷ୍ଠା କରି ନ ଥିଲେ।

ଏଡିସନ୍‌ଙ୍କ ପୂର୍ବଜ ଡଚ୍ ଥିଲେ। ତାଙ୍କ ପିତା କାନାଡାରେ ରହୁଥିଲେ। ମ୍ୟାକେନ୍‌ଜି ବିପ୍ଳବରେ ଅ˚ଶଗ୍ରହଣ କରି ସେ ଦେଶତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ଏବ˚ ଆମେରିକା ଆସି ବିବାହ ଓ ଘର-ସ˚ସାର କରିଥିଲେ। ଏଡିସନ୍ ଶୈଶବରେ ରେଳରେ ବୁଲି ଚକ୍‌ଲେଟ୍, ଫଳ-ମୂଳ ଓ ଖବରକାଗଜ ବିକୁଥିଲେ। ସେ ଗ୍ରାଣ୍ତ୍ ଟ୍ରଙ୍କ୍ ରେଲ୍‌ରୋଡ୍‌ରେ ଚଳାଚଳ କରୁଥିବା ଏକ ରେଳ ଡବାରେ, ଛାପାକଳ ସ୍ଥାପନ କରି ନିଜର ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ। ସେତେ ବେଳେ ତାଙ୍କ ବୟସ ମାତ୍ର ପନ୍ଦର। ଚାରି ଜଣ ସହଯୋଗୀଙ୍କ ସହ ସେ ନିଜେ ଖବର ସ˚ଗ୍ରହ କରୁଥିଲେ; ସ˚ପାଦନା, ମୁଦ୍ରଣ, ବିତରଣ ଦାୟିତ୍ବ ମଧ୍ୟ ତୁଲାଉଥିଲେ। ରେଳରେ ଖବରକାଗଜ ବିକିବା ପାଇଁ କେବଳ ତାଙ୍କୁ ଅନୁମତି ମିଳିଥିଲା। ରେଳ ଡବାରେ ସେ ନାନା ପରୀକ୍ଷା-ନିରୀକ୍ଷା କରୁଥିଲେ। ଥରେ ଅସାବଧାନତାବଶତଃ ଅଗ୍ନିକାଣ୍ତ ଘଟିବାରୁ, ତାଙ୍କୁ ରେଳରୁ ତଡ଼ିଦିଆଯାଇଥିଲା। ଅଗ୍ନିକାଣ୍ତ ଘଟାଇ, ଜଣେ ରେଳ କର୍ମଚାରୀଙ୍କଠାରୁ ଶକ୍ତ ଚାପୁଡ଼ା ଖାଇ, ସେ କାଲ ହୋଇଯାଇଥିବା ଶୁଣାଯାଏ।

ଏଡିସନ୍‌ଙ୍କ ସ˚ପର୍କରେ ଆଉ କିଛି ରୋଚକ ତଥ୍ୟ। ସେ, ଦ୍ବିତୀୟ ପତ୍ନୀଙ୍କୁ ମୋର୍ସ‌୍ କୋଡ୍ ମାଧ୍ୟମରେ ବିବାହ ପ୍ରସ୍ତାବ ଦେଇଥିଲେ। ସେ ଦିନରେ ସର୍ବାଧିକ ଚାରି ଘଣ୍ଟା ଶୋଉଥିଲେ। କ୍ରମାଗତ ଭାବେ ବାସ୍ତରି ଘଣ୍ଟା କାମ କରିପାରୁଥିଲେ। ସେ ମୋଟ ଚଉଦଟି କ˚ପାନି ପ୍ରତିଷ୍ଠା କରିଥିଲେ। ତାଙ୍କ ଦ୍ବାରା ସ୍ଥାପିତ ‘ଜେନ୍‌ରାଲ୍ ଇଲେକ୍ଟ୍ରିକ୍’ କ˚ପାନି ଏବେ ବି କାର୍ଯ୍ୟ କରୁଛି। ଏହା ବିଶ୍ବର ଅଗ୍ରଣୀ ବ୍ୟବସାୟ ସ˚ସ୍ଥା ମଧ୍ୟରୁ ଗୋଟିଏ। ଆମେରିକାର ଗୁଡ଼ିଏ ରାସ୍ତା-ଘାଟ, ସେତୁ, ସହର, ହୋଟେଲ୍‌, ସ˚ଗ୍ରହାଳୟ, ହ୍ରଦ, ଉଦ୍ୟାନ ଆଦି ଏଡିସନ୍‌ଙ୍କ ନାମାନୁଯାୟୀ ନାମିତ। ତାଙ୍କ ନାମରେ ଏବେ ଏଗାରଟି ଶିଳ୍ପ ସ˚ସ୍ଥା ବ୍ୟବସାୟ କରୁଛି। ବ୍ରାଜିଲ୍‌ର ପ୍ରସିଦ୍ଧ ଫୁଟ୍‌ବଲ୍‌ ଖେଳାଳି ‘ପେଲେ’ଙ୍କ ମୂଳ ନାମରେ ମଧ୍ୟ ଏଡିସନ୍‌ଙ୍କ ଛାପ। ପେଲେଙ୍କ ପିତା, ଏଡିସନ୍‌ଙ୍କ ସମ୍ମାନର୍ଥେ ନବ ଜାତ ପୁତ୍ର ସନ୍ତାନକୁ ‘ଏଡିସନ୍‌’(Edison) ନାମ ଦେଇଥିଲେ। ତେବେ, ଜନ୍ମ ପ˚ଜୀକରଣ ଖାତାରେ ଭୁଲ୍‌ ବନାନ ଲେଖିବା ଯୋଗୁଁ, ତାହା ‘Edson’ ଭାବେ ପ˚ଜିକୃତ ହୋଇଯାଇଥିଲା- ‘Edson Arantes do Nascimento’(ପେଲେଙ୍କ ମୂଳ ନାମ)। ୧୧ ଫେବ୍ରୁଆରି ୧୮୪୭ରେ ଓହିଓର ମିଲାନ୍‌ରେ ଏଡିସନ୍‌ ଜନ୍ମ ହୋଇଥିଲେ। ୧୮ ଅକ୍‌ଟୋବର୍‌ ୧୯୩୧ରେ ନିଉ ଜର୍‌ସି ଅନ୍ତର୍ଗତ ୱେସ୍‌ଟ ଅରେଂଜ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା।

Comments