Posts

Showing posts from April, 2021

ଶିକ୍ଷାର ବ୍ୟବସାୟୀ କରଣ ପାଇଁ କିଏ ଦାୟୀ?:ସରକାରୀ ଶିକ୍ଷାନୁଷ୍ଠାନ

Image
ସାଉଥ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ଲେନସନ ମାଣ୍ଡେଲା ଶିକ୍ଷା ସମ୍ବଦରେ କହିଥିଲେ,"ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଆସ୍ତ୍ର, ଯାହାଦ୍ୱାରା ସମଗ୍ର ବିଶ୍ବକୁ ପରିବର୍ତ୍ତନ କରାଯାଇ ପାରିବ"।ତେଣୁକରି ପ୍ରତେକ ବ୍ୟକ୍ତିଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ଅଛି।ଯଦି ଆମେ ଦେଶ ସ୍ଵାଧୀନତା ହାସଲ କରିବା ପରଠାରୁ ଶିକ୍ଷା ବିଷୟରେ ଅନୁଧ୍ୟାନ କରିବା ତାହାଲେ ସ୍ବାଧୀନତା ସମୟ ପରଠାରୁ ଯେଉଁ ପରି ଭାବରେ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା ତା'ର ଉପଲବ୍ଧି ଆଜିପର୍ଯ୍ୟନ୍ତ  ହୋଇ ପାରିଲା ନାହିଁ।୨୬ ଜାନୁଆରୀ ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣୟନ ହେବାପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ, ଶିକ୍ଷା ମାନବିକତାର ପ୍ରତୀକ ଏବଂ ସତ୍ୟ ସନ୍ଧାନର ମାର୍ଗ ଶିକ୍ଷା ଉଚିତ୍ ମାର୍ଗରେ ଗଲେ ରାଷ୍ଟ୍ର ଜାତି ଓ ନାଗରିକଙ୍କର ମଙ୍ଗଳ ହେବ।ଏଥିପାଇଁ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଘୋଷଣା କରାଯାଇଥିଲା ଏବଂ ଏହାକୁ କାର୍ଯ୍ୟକାରି କରାଯିବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା।ବିଶ୍ଵଦରବାରରେ କିପରି ଆମ ଦେଶର ଶିକ୍ଷାବ୍ୟବସ୍ଥା ଉର୍ଣ୍ଣତ ଧାରଣାର ହେବ ଏଥିପାଇଁ ଦେଶରେ ଗଢ଼ା ଯାଇଥିଲା ଆଇଆଇଟି, ଜେଏନୟୁ,କେନ୍ଦ୍ରୀୟ ବିଦ୍ୟାଳୟ,କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ,ନବୋଦୟ ବିଦ୍ୟାଳୟ ଇତ୍ୟାଦି। ୨୦୦୯ ଶିକ୍ଷା ଅଧିକାର ଆଇନି ଆସିବା ପରେ ଶିକ୍ଷାର ଉର୍ଣ୍ଣତି ଓ ଆଦାନ ପ୍ରଦାନ ଉପରେ